csstore

ମହିଳା ମହାବିଦ୍ୟାଳୟ ଶ୍ରେଣୀ କକ୍ଷ ଉଦ୍‌ଘାଟନ କଲେ ଖଣି ଓ ଇସ୍ପାତ : ପରିବହନ ଓ ବାଣିଜ୍ୟ ମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟନ ଉତ୍ସବ ମଙ୍ଗଳାବାର ଅନୁଷ୍ଠିତ ହେଇଥିଲା । ମୁଖ୍ୟଅତିଥି ଭାବେ ଖଣି ଓ ଇସ୍ପାତ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହୋଦୟ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚପ୍ରଶଂସା କରିଥିଲେ ।ଅନୁଷ୍ଠାନର ମୁଖ୍ୟ ପରିଚାଳକ ମଙ୍ଗରାଜ ପଣ୍ଡା, ଅଧ୍ୟାକ୍ଷା, ଅଧ୍ୟାପିକା ଓ କର୍ମଚାରୀ ଉକ୍ତ ସମାବେଶର ସୁପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.