କେନ୍ଦ୍ରାପଡ଼ାର ମହାକାଳପଡ଼ା ବାନ୍ଧକୁଦ ଗାଁରେ ଅଘଟଣ

କେନ୍ଦ୍ରାପଡ଼ା : ଖେଳିବାକୁ ଯାଇ ଆଉ ଘରକୁ ଫେରିଲେନି ଦୁଇ ନାବାଳକ । ପୋଖରୀରେ ବୁଡ଼ି ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ଦୁର୍ଗା ପ୍ରସାଦ ମହାପାତ୍ର, ଦିପଂଶୁ ମହାପାତ୍ର । ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଟ୍ୟୁସନ୍ ଯାଇଥିଲେ ପରେ ସେମାନେ ଖେଳିବାକୁ ଯାଇଥିଲେ । ଘରକୁ ନଫେରିବାରୁ ରାତିରେ ଖୋଜା ଖୋଜି କରିଥିଲେ ପରିବାର ସହ ସ୍ଥାନୀୟ ବାସିନ୍ଦା । ପରେ ବ୍ରାହ୍ମଣୀ ମନ୍ଦିର ପାଖ ପୋଖରୀରେ ଜଣଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ସେହି ସ୍ଥାନରେ ଖୋଜାଖୋଜି କରିବା ପରେ ଆଉ ଜଣେ ନାବାଳକକୁ ମଧ୍ୟ ପାଣିରୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.