oom

ଛତ୍ରପୁରର ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକୋତ୍ସବ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାଇ ବିହାରରେ ଅବସ୍ଥାପିତ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟଅତିଥି ଭାବେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିକୁଞ୍ଜ ବିହାରୀ ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଝ୍ୟ ସରକାରଙ୍କ ବରିଷ୍ଠ ଶିକ୍ଷାଧିକାରୀ ତଥା ଅନସ୍ଲୋ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ଏବଂ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡଃ. ବିଷ୍ଣୁ ପ୍ରସାଦ କର ଏବଂ ଆଇ.ଆର.ଇ.ଏଲ୍.(ଇଣ୍ଡିଆ) ପ୍ରତିଷ୍ଠାନ ପରିସରରେ ଅବସ୍ଥାପିତ ଆଟୋମିକ ଏନାର୍ଜି ସ୍କୁଲର ବରିଷ୍ଠ ଶିକ୍ଷକ ବାଲଦେବ ବାରିକ ଯୋଗଦେଇ ସ୍କୁଲର ଆଭିମୁଖ୍ୟ ଉପରେ କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ଉପାଧ୍ୟକ୍ଷା ସୁନୀତା ସାହୁ ତ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଦସ୍ୟ ରବିନ୍ଦ୍ର କୁମାର ସାହୁ ଓ ସହିସ୍ତା ଖତୁନ ସଂଯୋଜନା ଓ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଆଶାରାଣୀ ଗୌଡ଼, ଆଶାଲତା ଗୌଡ଼, ପୁଷ୍ପାଞ୍ଜଳି ପାଢ଼ୀ, ଡି.ସ୍ୱାତୀ ଓ ଶିକ୍ଷକ ହେମନ୍ତ କୁମାର ବେହେରା ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.