ଲମତାପୁଟ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମରେ ଘଟିଛି ଅଘଟଣ । ମୃତ ନାବାଳକ ୨ ଜଣ ହେଲେ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଲମତାପୁଟ ବ୍ଲକ ଅଉଡିପଡା ଗ୍ରାମର ନାବାଳକ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ । ବୁଡ଼ିଯିବା ସମୟରେ ଉଭୟଙ୍କ କିଛି ସାଙ୍ଗ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରିବାର ବର୍ଗ ଏବଂ ଗ୍ରାମବାସୀ ପୋଖରୀରୁ ଉଭୟ ନାବାଳକଙ୍କୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଥିଲେ । ଲମତାପୁଟ ପୋଲିସ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।