ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ୧୩ତମ ପ୍ରତିଷ୍ଠା ଦିବସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା କୁଞ୍ଜ ବିହାରୀ ରାଉତ, ଗ୍ରେସୀ ଡେଭିଡ, ସସ୍ମିତା ପ୍ରଧାନ, ରେଖା ଗୁପ୍ତା, ଆଶା ବାଲାନ, ମାନୋସୀ ଘୋଷ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ତ୍ରୟୋଦଶ ପ୍ରତିଷ୍ଠା ଦିବସ ଆସନ୍ତା ମେ ମାସ ୧୮ ତାରିଖ ଦିନ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ମାର୍ଚ୍ଚ ମାସ ୭ ତାରିଖ ଦିନ ରାଉରକେଲାରେ ଏବଂ ୨୩ ତାରିଖ ଦିନ ପୁରୀ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ, ମାର୍ଚ୍ଚ ମାସ ୧୩ ତାରିଖ ଦିନ ଅନାଥ ଏବଂ ଅନୁନ୍ନତ ଗ୍ରାମାଞ୍ଚଳ ପିଲାମାନଙ୍କ ସହିତ ହୋଲି ପାଳନ,୧୭ ତାରିଖରେ ଭୁବନେଶ୍ୱରରେ ଜାତୀୟ ସମ୍ମିଳନୀ ଏବଂ ଏକରାମ ପ୍ରତିଭା ସମ୍ମାନ, ଏପ୍ରିଲ ମାସ ୧ ତାରିଖ ଦିନ ରାଉରକେଲା ର ଛେଣ୍ଡ ଠାରେ ଉତ୍କଳ ଦିବସ ପାଳନ, ମେ ମାସ ୧୦ ଏବଂ ୧୧ ତାରିଖ ଦିନ ଭଞ୍ଜଭବନ ଠାରେ ରାଉରକେଲା ଶିଶୁ ମହୋତ୍ସବ,୧୭ ତାରିଖରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମେରା ସୁର ମେରି ପେହଚାନ ଓ ୧୮ ତାରିଖ ଦିନ ସିଭିକ ସେଣ୍ଟରରେ ୧୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ପ୍ରତିଷ୍ଠା ଦିବସରେ କବି ସମ୍ମିଳନୀ, ମେରା ସୁର ମେରି ପେହଚାନର ମହାସମାବେଶ ଓ ରାଉରକେଲା ଶିଶୁ ମହୋତ୍ସବର ପୁରସ୍କାର ପ୍ରଦାନ କରାଯିବ । ଏଣୁ ଏଥିପାଇଁ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଶେଷରେ ଶ୍ରୀ ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post