ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର : ୩ ଗୁରୁତର

ଭଦ୍ରକ : ଗ୍ୟାସ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର, ୩ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଗାଁର ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ପ୍ରଥମେ ଲିକ୍‌ ହୋଇଥିଲା । ପରେ ସେଥିରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ବେଶି ଥିଲା ଯେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଧାସରେ ବୃନ୍ଦାବନ, ପତ୍ନୀ ବାସନ୍ତୀ ଓ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.