oom

ବରଗଡ଼ ସାଂସଦଙ୍କୁ ଦୁଇ ଦଫା ଦାବୀପତ୍ର ଦେଲେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବାସଭବନରେ ମିଳିତ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ସଦସ୍ୟ ତଥା ଅଲ୍‌ ଓଡିଶା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଦୁଇ ଦଫା ଦାବୀ ସମ୍ବଳିତ ଦାବୀ ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ପ୍ରଥା ସ୍କିମାଟିକ ପ୍ରଥା ଉଚ୍ଛେଦ, କଣ୍ଟ୍ରାକଚ୍ୟୁଏଲ ସମୟ ୬ ବର୍ଷ ଓ ୮ ବର୍ଷ ସମୟ ଅବଧିକୁ ମୁଲ ଚାକିରୀରେ ଗଣନା କରିବା ସହ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ମାଟ୍ରିକ ସି.ଟି ପୋଷ୍ଟରୁ +୨ ସି.ଟି. ପୋଷ୍ଟକୁ ଉନ୍ନୀତ କରି ୩୫୪୦୦/- ସ୍କେଲରେ ଦରମା ପ୍ରଦାନ ଆଦି ଦାବୀକୁ ପୂରଣ କରିବା ଦିଗରେ ସରକାରଙ୍କ ସହ ଆଲୋଚନା କରି ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ସାଂସଦ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ରାଜବୋଡାସମ୍ବର ବ୍ଲକର ସାଙ୍ଗଠନିକ ସମ୍ପାଦକ ନେତ୍ରାନନ୍ଦ ସାହୁ, ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ବିଷ୍ଣୁ ଚରଣ ସାହୁ, ପଦ୍ମପୁର ବ୍ଲକରୁ ପ୍ରେମସାଗର ପ୍ରଧାନ, ସୁରେଶ ସିଂ ଚୌହାନ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ । ଉପସ୍ଥିତ ଅଭିଭାବକ ଜନସାଧାରଣ ଶିକ୍ଷକଙ୍କ ଦାବୀ ଯଥାର୍ଥ ଓ ତୁରନ୍ତ ପୂରଣ ହେବା ଉଚିତ, ଏ ମାନଙ୍କୁ ଦୀର୍ଘ ଦିନରୁ ପ୍ରତାରଣା କରାଯାଇଛି ବୋଲି ସାଂସଦଙ୍କୁ କହୁଥିବାର ଦେଖା ଯାଉଥିଲା ।

jittmm
Leave A Reply

Your email address will not be published.