oom

ଟିଟିଲାଗଡ ପୁଲିସ ତରଫରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ନୂତନ ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ବେହେରା ଯୋଗ ଦେବାର କିଛି ଦିନ ଭିତରେ ପ୍ରଥମେ ସହରରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ତଥା ସହରର ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶୁକ୍ରବାର ସକାଳେ ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବ୍ୟାଣ୍ଡ, ମହେଶ୍ୱର ହିନ୍ଦୀ ହାଇସ୍କୁଲ, ଡିଏଭି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଅନେକ ସ୍ୱେଚ୍ଛାକାରୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ରାଲି ଥାନାରୁ ବାହାରି ସହର ପରିକ୍ରମା କରି ପୁଣି ଥାନାକୁ ଫେରିଥିଲା । ଏହି ରାଲିରେ ଏସ୍‌ଆଇ କିରନ ଜାନି, ଏଏସ୍‌ଆଇ ମନୋଜ କୁମାର ବିଶି, କପୁର ଚାନ୍ଦ ପ୍ରଧାନ, ଅହଲ୍ୟା ସୁନାନୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.