ଗୁଡଭେଲା/ତୁଷୁରା, (କେପିଏନ୍ଏସ୍) : ଓଡ଼ିଶା ସରକାରଙ୍କ ଯୋଜନାନୁସାରେ ଜାମୁଟ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଓ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଗମ୍ଭାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ କୈଳାସ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ ଗୁଡଭେଲା ବ୍ଲକ୍ ବିଇଓ ରୁଷିଆ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ମେଳା ଓ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବଲାଙ୍ଗିର ସିଟିଇର ସହକାରୀ ପ୍ରାଧ୍ୟାପକ ଡ. ଅଜିତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବଲାଙ୍ଗିର ସିଟିଇର ସହକାରୀ ପ୍ରାଧ୍ୟାପକ ଡ. ସୁଧୀର କୁମାର ସାହୁ ଯୋଗ ଦେଇ ନିପୁଣ ଓଡ଼ିଶାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ସିଆର୍ସିସି ଜଗମୋହନ ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋଲସନ କୁମାର ସଭା ସଞ୍ଚାଳନ କରିଥିଲେ ଓ ଟିକିରିପଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ନିପୁଣ ଓଡ଼ିଶା ସଂଗୀତ ଓ ଟିକିରିପଡା ୟୁପି ସ୍କୁଲର ଛାତ୍ରଛାତ୍ରୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଜାମୁଟ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିବ୍ୟରଞ୍ଜନ ମାଝୀ ସମସ୍ତଙ୍କୁ ନିପୁଣ ଓଡିଶାର ଶପଥ ପାଠ କରାଇଥିଲେ । ଉଦ୍ଯାପନୀ ସଭାରେ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଇନ୍ଦ୍ରମଣି ଭୋଇ ଯୋଗ ଦେଇ ସମସ୍ତ ପ୍ରତିଭାଗୀ ଶିଶୁମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ରିନା କୁଶଲ, ସମାଜସେବୀ ହରି ମାଝୀ, ଏସ୍ଏମ୍ସି ସଭ୍ୟା ଲକ୍ଷ୍ମୀ ଭୋଇ, ୱାର୍ଡମେମ୍ବର ପ୍ରତିମା ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୨୦ରୁ ଉର୍ଦ୍ଧ୍ଵ ଟିଏଲ୍ଏମ୍ ପ୍ରଦର୍ଶିତ ହୋଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ବେଣୁପାଣି ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରଧାନ ଶିକ୍ଷକ କୈଳାସ ମହାନନ୍ଦ ସଭା ସାଙ୍ଗ ଘୋଷଣା କରିଥିଲେ । ଉକ୍ତ ମେଳାକୁ ଶତାଧିକ ଅଭିଭାବକ, ଅଭିଭାବିକା ପରିଚାଳନା ସମିତି ସଦସ୍ୟ ସଦସ୍ୟା ବୁଲି ଦେଖିଥିଲେ । କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଏଫ୍ଏଲ୍ଏନ୍ ଶିକ୍ଷକ ଓ ଗାଇଡ୍ ଟିଚର ତଥା ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ ।
Prev Post