csstore

ସରକାରୀ ଏସ୍‌.ଏସ୍‌.ଡି.ଉଚ୍ଚ ବିଦ୍ୟାଳୟ ମଦନପୁର ଠାରେ ବାର୍ଷିକ ଉତ୍ସବ – ୨୦୨୫

ମ. ରାମପୁର (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ବୁଧବାର ବାର୍ଷିକ ଉତ୍ସବ – ୨୦୨୫ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତାଭାବେ ବାଲିଭଟା ପ୍ରଧାନ ଶିକ୍ଷକ ସଞ୍ଜିତ କୁମାର ମହାନ୍ତି, ସମ୍ମାନିତ ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମି କଂହର, ମଣ୍ଡଳ ଶିକ୍ଷା ନିରୀକ୍ଷକ କୈଳାସ ମହାରଣା, ଅଧମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତ୍ରୁଜିତ କୁମାର ପତି, ଜନ୍ମେଜୟ ଶବର, ସଂଜୀବ କୁମାର ପଣ୍ଡା, ସ୍କୁଲ ସଭାପତି ରାୟସିଂ ପାତ୍ର, ସମାଜସେବୀ ତଥା ସାମ୍ବାଦିକ ପ୍ରଦିପ କୁମାର ସାହୁ ଉପସ୍ଥିତ ଶିକ୍ଷ୍ୟାର ମହତ୍ତ୍ୱ, ବିଦ୍ୟାଳୟର ଉନ୍ନତି ଉପରେ କହି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । । ପ୍ରଧାନ ଶିକ୍ଷକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା ଶିକ୍ଷକ ମୀନକେତନ ସୁନା ଓ ଧନ୍ୟବାଦ ଅର୍ପଣ ସୁକେଶ ନାୟକ କରିଥିଲେ । ଏଥିରେ ଶିକ୍ଷକ ପ୍ରତୁସ କୁମାର ଭୋଇ, ବଗରୁ ବାହାନ ଭୋଇ, ଭଗବାନ ଧରୁଆ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ଶୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ ଏବଂ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାହାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର କର୍ତ୍ତା, ପୂରାତନ ଛାତ୍ର, ଯୁବ ଗୋଷ୍ଟୀ, ସ୍ୱୟଂ ସହାୟକ ଗୋଷ୍ଟୀ ମହିଳାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.