csstore

ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ର ବିରୋଧୀ ମୋହନ ଭାଗବତଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିବା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଗଣତାନ୍ତ୍ରିକ ଗିରଫ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଗତ ଦିନରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ରାମ ମନ୍ଦିର ପ୍ରତିଷ୍ଠା ପରେ ଭାରତ ସ୍ୱାଧିନ ହେଲା ବୋଲି କହି ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ପ୍ରଶ୍ନ ଉଠାଇ ଅସମ୍ମାନ କରିଥିଲେ । ଏଣୁ ଏହାକୁ ବିରୋଧ କରି ମୋହନ ଭାଗବତଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ବିଜେପି ସରକାର ବିରୋଧୀଙ୍କ ପାଟି ବନ୍ଦ କରିବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଓ କଂଗ୍ରେସ କର୍ମୀମାନଙ୍କୁ ଯେଉଁ ଭଳି ଅଗଣତାନ୍ତ୍ରିକ ଭାବେ ଗିରଫ କରାଯାଇଥିଲା ତାକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୋଷ୍ଟର ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ନେତା ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ବରିଷ୍ଠ କଂଗ୍ରେସ ନେତା ଉମା ଶଙ୍କର ପଣ୍ଡା, କୈଳାଶ ମିଶ୍ର, ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ, ବ୍ରଜ କିଶୋର ସେଠୀ, ରଜାକ୍‌ ଖାନ, ଜିଲ୍ଲା ଛାତ୍ର କଂଗ୍ରେସ ପ୍ରବକ୍ତା ନୀତିଶ ପଧାନ, ଲୋଇସିଂହା ଯୁବ କଂଗ୍ରେସ ସଭାପତି ସଞ୍ଜିବ ନାଗ, ଦିନେଶ ସାହୁ, ଆୟାସ ପଣ୍ଡା, ଚନ୍ଦନ ସାହୁ, ପଂଚାନନ ସା, ରିତେଶ ବେଦବାକ, ପ୍ରିତମ ସୁନା, ହେପି ସାଏ, ପ୍ରତୀକ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.