ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେବାକୁ ଦିଲ୍ଲୀ ଯିବେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅତିଥି ଭାବରେ ଦିଲ୍ଲୀକୁ ଯିବା ପାଇଁ ଅତିଥିଙ୍କ ନାମ ବାହାରିଛି । ବିଭିନ୍ନ ଜିଲ୍ଲାରୁ ବଛା ହୋଇଥିବା ତଥା ନିଜ ଅଞ୍ଚଳରେ ଭଲ କାମ କରୁଥିବା ବ୍ୟକ୍ତି ତଥା ପ୍ରତିଭାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନିମନ୍ତ୍ରଣ ଆସିଛି । ସେ ଭିତରୁ ଟିଟିଲାଗଡ଼ ବ୍ଲକ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନାମ ଆସିଛି । ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସହ ତାଙ୍କ ଧର୍ମପତ୍ନୀ ରେଖା ଅଗ୍ରୱାଲ ମଧ୍ୟ ଯିବେ ବୋଲି ଜଣାପଡିଛି । ଯାହାକି ଏକ ପ୍ରକାର ଆତିଥ୍ୟ ପ୍ରଦାନ ସଙ୍ଗେ ସମାନ । ସେମିତିବି ଖୋଲାନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରରୁ ଆସିଥିବା ଅଧିକାରୀମାନେ ସରପଞ୍ଚ ଶ୍ରୀ ଅଗ୍ରୱାଲଙ୍କୁ ପ୍ରଶଂସା କରିଥିଲେ । ଫଳ ସ୍ୱରୂପ କେନ୍ଦ୍ର ସରକାରଙ୍କ ତରଫରୁ ଏହି ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ଏକ ଗର୍ବର ବିଷୟ ହୋଇଛି । ଏହି ଖବର ପାଇବା ପରେ ପଞ୍ଚାୟତ ତଥା ଅଞ୍ଚଳରେ ଏକ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.