ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାର ଜୁନିଅର ରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

csstore

ଭବାନୀପାଟଣା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ବାର୍ତ୍ତା ବାଣ୍ଟୁଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଶଗଡାର ଜୁନିଅର ରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ଓ ଜେଆର୍‌ଏସ୍‌ ପରାମର୍ଶଦାତା ଯୁଧିଷ୍ଠିର ମୁଦୁଲିଙ୍କ ତତ୍ତ୍ଵାବଧାନରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫୦ ଜଣ ଜୁନିୟରଙ୍କୁ ନେଇ ସଡକ ସୁରକ୍ଷା ଉପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ବିଦ୍ୟାଳୟ ପରିସରକୁ ବାହାରି ଶଗଡା ଗ୍ରାମ ପରିକ୍ରମା କରିବା ପରେ ୪୪ ନମ୍ବର ରାଜ୍ୟ ରାଜପଥର ପାର୍ଶ୍ୱର କର୍ଲାପାଟ ଅଭୟାରଣ୍ୟ ପ୍ରବେଶ ପଥ ନିକଟରେ ଯାତାୟତ କରୁଥିବା ବାଇକ୍ ବସ୍, କାର ପ୍ରଭୃତି ଯାନବାହାନ ଆରୋହୀମାନଙ୍କୁ ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଅଧିକ ଲୋଡ୍ ନକରିବା, ଟ୍ରାଫିକ୍ ନିୟମ ମାନିବା ଆଦି ଟ୍ରାଫିକ୍ ସଚେତନ ଧର୍ମୀ ସ୍ଲୋଗାନ୍, ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଶିକ୍ଷକ କୌତୁକ ରଣା, ଶୈଳେନ୍ଦ୍ର କୁମାର ବାବୁ, ସରୋଜ ରାଉତ, କ୍ରୀଡା ଶିକ୍ଷକ ସୁନୀଲ କୁମାର ନାୟକ ସହଯୋଗ କରିଥିଲେ ।

Leave A Reply

Your email address will not be published.