jayashree

୪ସିଂ ଲାଇସେନ୍ସ ବିମାନ ବନ୍ଦର ପ୍ରକ୍ରିୟା ତ୍ୱରାନ୍ୱିତ : ଜୁଏଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନବନ୍ଦରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ୪ ସିଂ ଲାଇସେନ୍ସ ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ହୋଇଆସୁଛି । ତେବେ ଏଥିପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି । ଶ୍ରୀ ଓରାମଙ୍କ ରାଉରକେଲା ଗ୍ରସ୍ତ ଅବସରରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ତାଙ୍କୁ ଭେଟି ଏଥିପାଇଁ ଦୃଷ୍ଟି ଆକର୍ଷଣ କରିଥିଲା ବେଳେ ସେ ଏହା କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ବେସାମରିକ ବିମାନ ଚଳାଚଳ ବିଭାଗ ସହିତ ଯୋଗସୂତ୍ର ଓ ସମନ୍ୱୟ ରକ୍ଷା କରୁଥିବା ପ୍ରକାଶ କରିଛନ୍ତି । ବିଗତ ଦିନରେ ରାଉରକେଲା ବିମାନ ବନ୍ଦର ସ୍ଥିତି ଅନୁଧ୍ୟାନ କରିଥିବା ବିଶେଷଜ୍ଞ ଦଳର ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସେ ଆବଶ୍ୟକ ପ୍ରୟାସ କରୁଥିବା କହୁଛନ୍ତି । ୨.୮ କିମି ରନୱେ ସମ୍ପ୍ରସାରଣ, ଆଇଏଲ୍‌ଏସ୍‌ ବ୍ୟବସ୍ଥା, ସୋଲାର ପ୍ୟାନେଲ ସ୍ଥାପନ, ୨୫୦ରୁ ଅଧିକ ସିଟ୍ ବିଶିଷ୍ଟ ଟର୍ମିନାଲ କୋଠା ନିର୍ମାଣ ସହିତ ବିମାନବନ୍ଦରର ଆନୁଷଙ୍ଗିକ ବିକାଶ ସହିତ ଏହାର ଉନ୍ନତି ପାଇଁ ବିଶେଷଜ୍ଞ ଦଳ ରିପୋର୍ଟ ପ୍ରଦାନ କରିଛନ୍ତି । ୪ ସିଂ ଲାଇସେନ୍ସ ସହିତ ବିମାନ ବନ୍ଦରର ପୂର୍ଣ୍ଣାଙ୍ଗ ବିକାଶ ହେଲେ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.