jayashree

ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ପ୍ରବାସୀ ଭାରତୀୟ ଦିବସ ଅବସରରେ “ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟମାନଙ୍କ ଅବଦାନ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅର୍ଥନୀତି ବିଭାଗ ଅଧ୍ୟାପକ ନୀଳାମ୍ବର ବାରିକ ଓ ଓଡ଼ିଆ ଅଧ୍ୟାପକ ପ୍ରମୋଦ କୁମାର ଦାଶଙ୍କ ସମେତ ବିଜେପୁରର ପଦ୍ମାଳୟା କୈଳାଶ ମେହେର, ଫାଉଣ୍ଡେସନର ଅଧ୍ୟକ୍ଷ ଝାସକେତନ ମେହେର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରି ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.