ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ବ୍ଲକର ମିଶନ ଶକ୍ତି ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ତଥା ଶିଶୁଯତ୍ନ ଆଧାରିତ ସଚେତନତା କର୍ମଶାଳା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ଶିଶୁର ବିକାଶ, ସୁରକ୍ଷା ତଥା ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ମାତୃ ଗର୍ଭରୁ ଆରମ୍ଭ କରି ଶିଶୁକୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଏହି ସବୁ ଯୋଜନାରେ ସେମାନେ ଲାଭାନ୍ଵିତ ହେଉଥିବା ବେଳେ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବିଧି ବ୍ୟବସ୍ଥା ଉପରେ ସିଡିପିଓ ଆଲୋକପାତ କରିଥିଲେ । ଅରୁଣ କୁମାର ଖୁଅସ୍ ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରୀଙ୍କ ଯୋଗ୍ୟତା, ମବକ୍ସସଦ୍ଭଶଗ୍ଦ ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଆବେଦନ, ପ୍ରତିପାଳନ ଓ ଯତ୍ନ ବ୍ୟବସ୍ଥା ତଥା ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ “ଅରୁଣା”ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଫୋଷ୍ଟର କେଆର, ଯଶୋଦା, ପନସର୍ସିପ୍, ଗ୍ରିନ ପେସେଜ୍ ଯୋଜନା ଉପରେ ଯୋଗ୍ୟତା, ଆବଶ୍ୟକ ଦସ୍ତାବିଜ ତଥା ଦରଖାସ୍ତର ଆବଶ୍ୟକତା ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକର ଆଶା ତଥା ଅଙ୍ଗନୱାଡ଼ି କର୍ମୀ, ସୁପର୍ଭାଇଜର୍ଙ୍କ ସମେତ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ସଂଯୋଜକ ବିକ୍ରମ ପଣ୍ଡା, ଆଇସିଡିଏସ ସୁପର୍ଭାଇଜର୍ ଡୁଲାରି ଧାରୁଆ, ପ୍ରଫୁଲ୍ଲ କୁମାର ଦୋରା, ପଦ୍ମିନୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଶିଶୁ ବିକାଶ ବିଭାଗର ସୁପର୍ଭାଇଜର୍ ଅନୁପମ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।