ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମରେ ମହା ସମାରୋହରେ ଜଗତ ଜନନୀ ମାଁ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ଯଥା ରୀତିନୀତି ସହ ପୂଜା ବିଧି କରି ପୂର୍ଣ୍ଣ କଳସ ଆଣି ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଇଛି । ପଣ୍ଡିତ ଆନନ୍ଦ ମିଶ୍ର ଏବଂ ସନ୍ତୋଷ ମିଶ୍ରଙ୍କ ତତ୍ତ୍ଵାବଧାନରେ ପୂଜା କର୍ତ୍ତା ରୂପେ ଚଏତୁ ଛୁରା ଓ ତାଙ୍କ ସହ ଧର୍ମିଣୀ ପୀର ଛୁରା ସମ୍ପାଦନା କରୁଛନ୍ତି । ମହୋତ୍ସବଟି ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବେଳେ ଅଞ୍ଚଳରେ ବେଶ ଉତ୍ସାହ ଉଦ୍ଦୀପନା ଲାଗି ରହିଥିବା ଦେଖାଯାଇଛି । ମାଁଙ୍କ ପୂଜା ଦେଖିବା ସହ ପ୍ରସାଦ ସେବନ କରିବା ପାଇଁ ପୂଜା ମଣ୍ଡପ ନିକଟରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ମହୋତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାସହ ପ୍ରତିଦିନ ପ୍ରବଚନ ସହ ଦଣ୍ଡନାଚ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମରେ ଝଲସୁଛି କପସିପାଲି ଗ୍ରାମ ।
Prev Post