jayashree

ରାୟଗଡା ଜିଲ୍ଲାର ଡମ ସମାଜର ଦିଆଳି ପରବ ଭେଟଘାଟ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାସ୍ତରୀୟ ଡମ ସମାଜର ଦିଆଲ ପରବ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖକୁ ସମ୍ଭିଧାନ ଦିବସ ରୂପରେ ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକକୁ ନେଇ ଜିଲ୍ଲାସ୍ତରୀୟ ଡମ ସମାଜ ଦିଆଲ ପରବ ଭେଟଘାଟ ବର୍ଷ – ୨ ବାଭେ ଧୁମଧାମରେ ପାଳନ କରାଯାଇଛି । ସଭାପତି ଧନିରାମ ନାୟିକଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଛି । ଏହି ମହୋତ୍ସବ ଦିଆଲ ପର୍ବରେ ପ୍ରତ୍ୟେକ ଡମ ସମାଜର ପ୍ରଥମେ ବାଲି ଫୁଲ ଗଜାକୁ ସଂଗ୍ରହ କରି ପରମ୍ପରା ଅନୁସାରେ ଐତିହ୍ୟ ପିତ୍ରୃପିତାମାନଙ୍କୁ ମନେପକାଇ ପୂଜା ଅର୍ଚ୍ଚନା କରି ଧୁମଧାମରେ ଦିଆଲ ପର୍ବ ପାଳନ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଡମମାନଙ୍କ ଦ୍ୱାରା ନାଚ – ଗୀତ ମାଧ୍ୟମରେ କଳା ସାଂସ୍କୃତିକ ପରିବେଷଣ କରାଯାଇ ସଂସ୍କୃତିର ଗୌରବ ଓ ଐତିହ୍ୟକୁ ଓଡିଶା ସମେତ ଭାରତ ଓ ସାରା ବିଶ୍ୱରେ ପ୍ରଚାର ପ୍ରସାର କରି ଡମ ସମାଜ ପରମ୍ପରା ଭାଇଚାରାକୁ ବଜାଇ ରଖିବା ପାଇଁ ଶପଥ ନେଇଥିଲେ । ଏହି ଉତ୍ସବରେ ରାୟଗଡା ଜିଲ୍ଲାର ପ୍ରାୟ ୧୧ ଗୋଟି ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଓ ଗ୍ରାମରୁ ଲୋକମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଉପସ୍ଥିତ ହୋଇଥିବାରୁ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । ଅନେକ ବ୍ଲକରୁ ଆସିଥିବା ଲୋକମାନେ ରେଳୱେ ଛକ, କରାପୁଟ ଛକ, ମେଡିକାଲ ଛକରୁ ପାରମ୍ପରିକ ବାଜା ସହ କଳାହାଣ୍ଡିଆ ଦୂଲଦୁଲି ବାଦ୍ୟଯନ୍ତ୍ର ମାଧ୍ୟମରେ ସମସ୍ତେ ମନରଞ୍ଜନ ସହିତ ବାଣଫୁଟାଇ ରାୟଗଡା ବସଷ୍ଟାଣ୍ଡ ନିକଟରେ ଥିବା ଡ଼ଃ. ବି.ଆର ଅମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଏକତ୍ରିତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରେରଣାଦାୟୀ ସହର ପରିକ୍ରମା କରି ଜି.ସି.ଡି ପଡିଆରେ ଡମ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ଷ୍ଟେଜନିକଟକୁ ପହଞ୍ଚି ସମସ୍ତେ ନିଜ ନିଜର ସ୍ଥାନ ଅଧିଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଡମ ସମାଜର ପରମ୍ପରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଅତିଥି ଡ଼କ୍ଟର ଦୟାନିଧି ବାଗ, ସମ୍ମାନିୟ ଅତିଥି ଉପେନ୍ଦ୍ର ନାଏକ, ରବିନ୍ଦ୍ର ଖସଲା, ମହନ ମହାନନ୍ଦିଆ, ସଂଗୀତା ନାଏକ, ଜନାନ୍ଧର ଗରଡା, ଭାଗିରଥି ହାଲୁଆ, ବିସୁ ଖୋସଲା, ରାମଦାସ ବାତ୍ରା, ରାମ ଗରଡିଆ, ମିଡ଼ିଆ ସଞ୍ଜୋଜକ ମାଲେସ କୈଶଲ୍ୟା, ଚନ୍ଦ୍ରକଳା ନାଏକ, ମୁଖ୍ୟ ବକ୍ତା କ୍ଷେତ୍ରବାସୀ ମାନସେଟଙ୍କୁ ଡମ ସମାଜ ତରଫରୁ ମଞ୍ଚ ଉପରେ ସମ୍ମାନିତ କରି କାର୍ଯ୍ୟକ୍ରମକୁ ଆଗେଇ ନେବା ସହିତ ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଉତ୍ସବରେ ରାୟଗଡା ଜିଲ୍ଲା ୧୧ ଗୋଟି ବ୍ଲକର ସଭାପତି ସମ୍ପାଦକ ନାଇକ, ଧାଙ୍ଗଡ଼ା ମାଜି, ଏଣ୍ଡିଆ ଏବଂ ଅଭିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ ଉପସ୍ଥିତ ରହିଥିବା ବେଳେ ରାୟଗଡା ଜିଲ୍ଲା ସମସ୍ତ ବ୍ଲକର ହଜାର ହଜାର ଲୋକ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।

Leave A Reply

Your email address will not be published.