୪ ହଜାର ୪୮୫ ଜଣ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର : ୪ ହଜାର ୪୮୫ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ବିଦ୍ୟାଳୟରେ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ । ଶୁକ୍ରବାର ଏନେଇ ରାଜ୍ୟ ଅର୍ଥ, ଆଇନ, ଯୋଜନା ଓ ସଂଯୋଜନା ବିଭାଗର ବରିଷ୍ଠ ପଦାଧିକାରୀଙ୍କୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ଶୁକ୍ରବାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମଞ୍ଜୁର ମିଳିଛି । ଖୁବ୍‌ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୋଲି ଜଣାପଡ଼ିଛି।ରାଜ୍ୟର ୩୦ ଜିଲାରେ ଥିବା ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପଦକୁ ପୂରଣ କରାଯିବ । ତେବେ ବିଭାଗରେ ଥିବା ୫୦୯୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୪ ହଜାର ୪୮୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯିବ ।

Leave A Reply

Your email address will not be published.

error: Content is protected !!