jayashree

ଭାରତ ସ୍କାଉଟ ଏବଂ ଗାଇଡ୍‌ର ୭୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍‌ ଏବଂ ଗାଇଡ୍‌ ତରଫରୁ ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଆମ୍ବାଗାନ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ୫୦୦ରୁ ଅଧିକ ସ୍କାଉଟ୍‌ ଏବଂ ଗାଇଡ୍‌ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗୋପବନ୍ଧୁ ପାଠାଗାର, ଗୋପବନ୍ଧୁ ପ୍ରତିମୂର୍ତ୍ତି ହୋଇ ପୁଣି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟକୁ ଫେରିଥିଲେ । ଏହି ଅବସରରେ ରାଉରକେଲା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଓ ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶ ୭୫ତମ ପ୍ରତିଷ୍ଠା ଦିବସ ପାଳନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ଓଏସ୍‌ଏପି ହାଇସ୍କୁଲ, ବାଜି ରାଉତ ଶିକ୍ଷା ନିକେତନ, ଉଦିତ ନଗର ସରକାରୀ ବିଦ୍ୟାଳୟ, ନୀଳମାଧବ ବିଦ୍ୟାମନ୍ଦିର, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ, ଡିସୌଜା ସ୍କୁଲର ସ୍କାଉଟ ଏବଂ ଗାଇଡ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲ, ହୃଷିକେଶ ନାୟକ, ଶିଶିର ପାଣି, ସୁଶାନ୍ତ ସିଂ ଏବଂ ସ୍କାଉଟ ମାଷ୍ଟର ଶ୍ରୀବତ୍ସ ସାମଲ, ସୁଜିତ ତନ୍ତୀ, ସୁରେଶ ମୁଣ୍ଡା, ଅକ୍ଷୟ ଦାଶ, ଦେବାଶିଷ ନାୟକ, ରବିନ୍ଦ୍ର ପାତ୍ର ତଥା ଗାଇଡ କ୍ୟାପଟେନ ଲକ୍ଷ୍ମୀ ସାହୁ, ମେରୀ ଶିତଲ ସାହୁ, ସରିତା ନାୟକ, ଅଳ୍ପନା ବେହେରା, ରାଧିକା ଓ ନଳିନୀ ମାମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ପଦଯାତ୍ରାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.