ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବରିହାପାଲି ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀରେ ଯୋଗଦେବା ପାଇଁ ଆସିଥିବା ଅବସରରେ ପଦ୍ମପୁର ଡାକବଙ୍ଗଳା ଠାରେ ତାଙ୍କର କିଛି ସମୟର ରହଣୀ କାଳରେ ଅନେକ ସଂଘ ଓ ବ୍ୟକ୍ତିବିଶେଷ ତାଙ୍କୁ ଦେଖାକରି ନିଜ ନିଜର ଅଭିଯୋଗ ଲିଖିତ ଆକାରରେ ପ୍ରଦାନ କରିଥିଲେ । ଏହି ଅବସରରେ ରାଜବୋଡ଼ାସମ୍ବର ବ୍ଲକ ସଭାପତି ପ୍ରମୋଦ ନାଥଙ୍କ ନେତୃତ୍ୱରେ ସଂଘର କିଛି ସଦସ୍ୟଙ୍କ ସହ ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ତାଙ୍କ ସହ ରେଣୁଧର ସାହୁ, ପ୍ରସନ୍ନ ମେହେର, ମୋତିଲାଲ ସାହୁ, ନରେନ୍ଦ୍ର ସାହୁ, କରମଚାନ୍ଦ ମଗର, କମଳାକାନ୍ତ ପାଣିଗ୍ରାହୀ, ଚୂଳସୁନ୍ଦର ମେହେର, ହୃଦାନନ୍ଦ ସାହୁ ଓ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟଦାବୀ ଗୁଡ଼ିକ ମଧ୍ୟରେ ବେସରକାରୀ ସ୍କୁଲ ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଗ୍ରାଚୁଇଟି, ସରଣ୍ଡର ଲିଭ୍ ସହ ପେନ୍‌ସନ୍‌ ପ୍ରଦାନ ଓ ବରଗଡ଼ ଶିକ୍ଷାଜିଲ୍ଲାରେ କାର୍ଯ୍ୟରତ ଅତିଥିଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ, ଅନୁଦାନରୁ ବଞ୍ଚିତ ୧୯୩ ସ୍କୁଲକୁ ଅନୁଦାନ ପରିସରଭୁକ୍ତ କରିବା ଇତ୍ୟାଦି ।

Leave A Reply

Your email address will not be published.