ଭାରସାମ୍ୟ ହରାଇ କେନାଲକୁ ଖସି ଯୁବକ ମୃତ

ସୋର : ମାଛ ବିକିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଯୁବକ । କ୍ଷୀରକୋଣା ବଜାରକୁ ମାଛ ବିକିବାକୁ ଯାଇଥିବା ବେଳେ ଖୀରକୋଣା କେନାଲ ବନ୍ଧରେ ଭାରସାମ୍ୟ ହରାଇ ବାଇକ୍‌ ସହ ପାଣିକୁ ଖସିପଡିଥିଲେ ଯୁବକ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ବାଳଙ୍ଗ ଗ୍ରାମର ରତ୍ନାକର ମଳିକ(୫୫) ବୋଲି ଜଣାପଡିଛି ।

Leave A Reply

Your email address will not be published.