ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ପାହାଡ଼ ଶୀର୍ଷ ଦେଶରେ ବିଦ୍ୟମାନ କରିଥିବା ମା’ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦୧୫ ମସିହା ବେଚ୍ ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ଲାଭ କରିଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ଆୟୋଜିତ ବନ୍ଧୁମିଳନ ଆସର ପ୍ରଥମ ଥର ପାଇଁ ସଂଗଠିତ ହେଇଥିଲା । ଏହି କାର୍ଯ୍ୟକ୍ରମର ସମସ୍ତ ସଦସ୍ୟ ଉଚ୍ଚଶିକ୍ଷା ଲାଭକରି ବିଭିନ୍ନ କର୍ମକ୍ଷେତ୍ର ଓ କର୍ମ ନିୟୋଜନ କ୍ଷେତ୍ରରେ ଲିପ୍ତ ଥିବା ବେଳେ ଏହି ଗୋଟିଏ ଦିନ ବନ୍ଧୁତାପୂର୍ଣ୍ଣ ଭାବ ବିନିମୟରେ ବିତାଇଥିଲେ । ବନ୍ଧୁତା ସ୍ଥାପନ, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ମମତା, ବିଶ୍ୱାସ ଓ ଜାତୀୟତା ଭାବ ବୋଧ ଉଦ୍ରେକ ସୃଷ୍ଟି ହୋଇଥିଲା । ପରସ୍ପର ମଧ୍ୟରେ ସ୍ନେହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ନେଇ ଏହି ବନ୍ଧୁମିଳନର ଆୟୋଜନ ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ କରାଯାଇଥିବା କୁହାଯାଇଛି । ଉତ୍ତମ ସମ୍ପର୍କ ଓ ପରସ୍ପର ଭାଇଚାରା ଭାବନାରେ ଅନୁବନ୍ଧିତ ହୋଇ ନିଜସ୍ୱ ଉନ୍ନତି ସହ ସମାଜର ମଙ୍ଗଳକାମନା ଦିଗରେ ମା’ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା । ସମସ୍ତେ ଦେବୀ ଶ୍ରୀ ଚଣ୍ଡୀଙ୍କ ଠାରେ ଆରାଧନା କରିବା ପୂର୍ବକ ସମସ୍ତେ ସ୍ନେହ ମମତାରେ ବାନ୍ଧି ହୋଇଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଦେବୀ ପୀଠ ଖୁବ୍ ମନଲୋଭା ପରିବେଶ ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି । ମା’ ରାମଚଣ୍ଡୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତିକରଣ କରାଯିବା, ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ପାଇଁ ଆହ୍ୱାନ କରିଛନ୍ତି । ଭକ୍ତଙ୍କ ନିମନ୍ତେ ନୂତନ ବ୍ୟବସ୍ଥା ଓ ଶୃଙ୍ଖଳିତ ପରିଚାଳନା ବ୍ୟବସ୍ଥା ନେଇ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟିକୁ ସାଧୁବାଦ ଜଣାଇଛନ୍ତି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଛତ୍ରପୁରର ଅଶ୍ଵିନୀ ସାହୁ, ଶୁଭାଙ୍ଗୀ ଶ୍ଵେତାଲିନା, ରାକେଶ ବିଷୋୟୀ, ବିଭାସ ସୁବୁଦ୍ଧି, ସୌରଭ ପଟ୍ଟନାୟକ, ଗାୟତ୍ରୀ ନାହାକ ଓ ଶିବ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର‌ ଅସ୍ଥାୟୀ କାର୍ଯ୍ୟକାରୀ କମିଟି ସଦସ୍ୟ ବିନ୍ଧେଶ୍ଵର ପାଣିଗ୍ରାହୀ, ସୌମ୍ୟ ରଂଜନ, ସୋନୁ ପ୍ରସାଦ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜକ ତାପସ ରଞ୍ଜନ ରଥ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.