jsm

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ : ରାଜ୍ୟସ୍ତରୀୟ ହକି ଦଳରେ ମନୋନୀତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ କଳା ବିଭାଗର ଛାତ୍ରୀ କୁମାରୀ ଭୋଜମତୀ ଭୋଇ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ଗ୍ରୁପ୍ (୧୭ବର୍ଷରୁ କମ୍‌ ବୟସ) ଶ୍ରେଣୀର ହକି ସିଲେକ୍ସନ୍ ଟେଷ୍ଟରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ହକି ଦଳରେ ଖେଳିବାକୁ ମନୋନୀତ ହୋଇଛନ୍ତି । ସେ ନିଜର ଏହି ସଫଳତାର ଶ୍ରେୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଓ ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ନିଜ ପିତାମାତାଙ୍କୁ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ମୁରିବାହାଲ ଅଞ୍ଚଳ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

yuvodaya
Leave A Reply

Your email address will not be published.