ଆଲିଆବାଦ ଗ୍ରାମର ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ପରାମ୍ପରୀକ ରୀତିନୀତିରେ ଶାରଦୀୟ ଦୁର୍ଗାପୂଜା ପାଳନ ସମ୍ପନ୍ନ ହେଇଯାଇଛି । ଏହା ମହାସପ୍ତମୀ ଠାରୁ ଆରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାରଦୀୟ ଦୁର୍ଗାପୂଜା ମଣ୍ଡପରେ ଦୈନିକ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଆସୁଥିଲା । ଏହା ସାଂଗକୁ ଦୈନିକ ସନ୍ଧ୍ୟାବେଳେ ଦେବୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଦୈନିକ ସନ୍ଧ୍ୟାବେଳେ ବୈଧାନିକ ମତରେ ପାରମ୍ପରୀକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ବହୁ ଭକ୍ତ ଓ ସ୍ଥାନୀୟ ଜନପ୍ରତିନିଧିଗଣ ଦେବୀଙ୍କ ଦର୍ଶନ କରି ବିଭୂ କୃପା ଲାଭ କରିଆସିଛନ୍ତି । ସେହିପରି ମହାଷ୍ଟମୀ ତିଥିରେ ଗୁରୁ ଗଙ୍ଗାଧର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ନବଜୀବନ ବେଦବିଦ୍ୟାଳୟ କନିଷି ଅଞ୍ଚଳର ବେଦ ପାଠଶାଳାର ବିଦ୍ୟାର୍ଥୀଙ୍କ ବେଦମନ୍ତ୍ର ଧ୍ଵନିର ଏକ ନିଆରା ପ୍ରତିଧ୍ଵନିରେ ପୂଜା ସମ୍ଭାର ଏକ ଅନୁପମ ଅବଦାନ ଆଣିଛି । ସେହି ଦିନ ସନ୍ଧ୍ୟାରେ ସ୍ଵତନ୍ତ୍ର ଭାବେ ଶାରଦୀୟ ଦୁର୍ଗା ଉତ୍ସବ ପାଳନ ପୂର୍ବକ ଆଲିଆବାଦ ଗ୍ରାମ ପୂଜା କମିଟି ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ସୁରଥ ପାହାନ, ୧୪ ନମ୍ବର ଜିଲ୍ଲା ପରିଷଦ ପ୍ରତିନିଧି ଗଗନ ସ୍ୱାଇଁ, ଯୁବନେତା ବିମଳ ପଣ୍ଡା, କରପଡା ସରପଞ୍ଚ ଅଜୟ ନାୟକ ଏବଂ ମା’ ରାମଚଣ୍ଡୀ ମନ୍ଦିର କମିଟିର ସଂଯୋଜକ କମଲ କୁମାର ପଣ୍ଡା, ସହ-ସଂଯୋଜକ ତୁଷାର କାନ୍ତ ଶତପଥୀ, ଜ୍ୟୋତିର୍ବିଦ ଦୀପକ ଦାଶ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ (ମହାରାଜ, ପୁରୀ), ସନ୍ତୋଷ ପଣ୍ଡା, ଉପେନ୍ଦ୍ର ବେହେରା, ସୁରେଶ ପଣ୍ଡା, ବିନୋଦ ଗୌଡ଼, ରାଜେଶ ନନ୍ଦ, ରୁଦ୍ର ମିଶ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପୂଜା ମଣ୍ଡପରେ ମା’ଦୁର୍ଗାଙ୍କ ଦିବ୍ୟଦର୍ଶନ କରି ବିଭୁକୃପା ଲାଭ କରିଛନ୍ତି । ଶେଷରେ ଦୁର୍ଗାପୂଜା କମିଟିର ସଭାପତି ଲିଙ୍ଗରାଜ ନାୟକ, ଶଙ୍କର ଚର୍ତ୍ତି, ଶଙ୍କର ନାୟକ, ବଂଶୀଧର ନାୟକ, ଦଣ୍ଡ ମହାରଣା, ଶିବରାମ ନାୟକ, ସୁଧୀର ମହାରଣା, ବରୁଣ ଚୌଧୁରୀ ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୋମବାର ଦିନ ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ଦୁର୍ଗା ମେଢ଼ ଭସାଣୀ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.