ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ପବିତ୍ର ନବମୀ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ନବମୀ ଯାତ୍ରା । ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଉପଲକ୍ଷେ ମାଁ ଘଣ୍ଟାଶୁଣି ସେବା ସମିତି ଓ ମନ୍ଦିର କମିଟି ଦ୍ୱାରା ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସକାଳୁ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଭକ୍ତମାନେ ସକାଳୁ ମାଁଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମେଇ ଥିଲେ । ମାଁ ଘଣ୍ଟାଶୁଣି ସେବା ସମିତି ଓ ବିଧାୟକ ନବୀନ ଜୈନଙ୍କ ତରଫରୁ ଅନ୍ନପ୍ରସାଦ ଭୋଗ ବ୍ୟବସ୍ଥା ହୋଇ ଥିବା ବେଳେ ଲାୟନ୍ସ କ୍ଲବ୍ ଓ ରୋଟାରୀ କ୍ଲବ୍ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶୀତଳ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ସ୍ଥାନରୁ ୮ଗୋଟି ବାଦ୍ୟ ଦଳ ଯେପରିକି ଦୁଲ୍‌ଦୁଲି, ଆଦିବାସୀ ନୃତ୍ୟ, ଶଙ୍ଖ ପାର୍ଟି, ଘଣ୍ଟବଜା, କୀର୍ତ୍ତନ ଆଦିରେ ପୁରା ମନ୍ଦିର ପରିସର ଓ ହାଟପଦା ପଡ଼ା ଦୁର୍ଗା ମଣ୍ଡପ ଯାଏଁ ଦୂଲୁକି ଉଠିଥିଲା । ମାନସିକଧାରୀ ମାନେ ନିଜର ମନୋସ୍କାମନା ପୁରଣ ହୋଇଥିବାରୁ ନିଜ ଇଚ୍ଛାରେ ଆସି ବୋଦା ଓ କୁକୁଡ଼ା ବଳି ଦେଇଛନ୍ତି । ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟିଟିଲାଗଡ଼ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ବିଶ୍ୱଜିତ ମନବୋଧଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ମନ୍ଦିର ଭିତରକୁ ଦେବୀ ଯାଇ ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।

Leave A Reply

Your email address will not be published.