csstore

ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରର ବରିଷ୍ଠ ସଭ୍ୟ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଶୋକସଭା ଆୟୋଜନ କରାଯାଇଛି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ଗାନ୍ଧୀ ପାଠାଗାର, ଟିକ୍ରାପଡା ନାମଯଜ୍ଞ, ଟିକ୍ରାପଡା ରାମଲିଳା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ପାଇଁ ଅଂଚଳବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁ ଏବଂ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ଶୋକସଭାରେ ବକ୍ତବ୍ୟ ରଖିଥିଲେ । ସଂପାଦକ ପ୍ରଦୀପ ସାହୁ ପାଠାଗାର ତରଫରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଉକ୍ତ ସଭାରେ ପାଠାଗାରର ସଭ୍ୟ ଶିବେନ୍ଦ୍ର ସାହୁ, ଅବିନାଶ ବେହେରା, ଅମୀୟ ମିଶ୍ର, ଅଶୋକ ରାଉତ, ରାଜେନ୍ଦ୍ର ପାଣି, ସୁରୁ ସାହୁ, ସଞ୍ଜୟ ଗଡତିଆ, ଅଜିତ ପଣ୍ଡା, ଦିଲ୍ଲୀପ ସାହୁ, ଦୁର୍ଗା ସାହୁ, ବୁବୁ ବଢିଆ ପ୍ରମୁଖ ଏବଂ ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.