ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ପୁଇନ୍ତଳା ବ୍ଲକ ଅର୍ନ୍ତଗତ ପୁଡାପାଲି ଗ୍ରାମ ସ୍ଥିତ ଗୋଷ୍ଠୀକେନ୍ଦ୍ର ଠାରେ ଏକ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରରେ ରାଜକିଶୋର ନାଏକ, ସମିତି ସଭ୍ୟ ତଥା ବଲାଙ୍ଗିର ସାଂସଦଙ୍କ ମନୋନୀତ ବ୍ୟକ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବିଜୟ କୁମାର ଶତପଥି, ସ୍ୱତନ୍ତ୍ର କାର୍ଯ୍ୟରତ ସହ ନିର୍ଦ୍ଧେଶକ ,ସଞ୍ଚୟ ଓ ଆର୍ଥିକ ସେବା, ବଲାଙ୍ଗିର ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ସହକାରୀ ଡାକ ଅଧିକ୍ଷକ, କାର୍ତିକ ଚନ୍ଦ୍ର ଦାଶ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଚନ୍ଦନ ଦାସ, ସାଇବର ଓ ଆର୍ଥିକ ଅପରାଧ ପୁଲିସ ଷ୍ଟେସନ ବଲାଙ୍ଗିରର ଭରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଭାରତୀୟ ନାୟକ, ମହେଶ୍ୱର ସେନାପତି, ମୁଖ୍ୟ ଡାକଘରର ବାଣିଜ୍ୟ ଅଧିକାରୀ, ଆର୍ଥିକ ସାକ୍ଷରତା ପରାମର୍ଶଦାତା ଗୋପବନ୍ଧୁ ଜଗଦଳ , ପିଏଲଆଇ ଉନ୍ନୟନ ଅଧିକାରୀ ଅଭିଲାଷ ପଣ୍ଡା ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଦୁର୍ଗା ମାଧବ ପଟ୍ଟନାୟକ, ସ୍ୱରୂପ ପଟ୍ଟନାୟକ, ସୁରଜୀତ ପଟ୍ଟନାୟକ, କିଶୋର ଭୋଇ, ରଞ୍ଜୟ ଦାଶ, ଶ୍ରୀକାନ୍ତ ହୋତା, ମନୋଜ ସାହୁ, ଯଶୋବନ୍ତୀ ପଧାନ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଭାଗ ନେଇଥିଲେ । ସ୍ଥାନୀୟ ଆଙ୍ଗନବାଡି କେନ୍ଦ୍ରରେ ଅତିଥିମାନଙ୍କ ଦ୍ଵାରା ଏକ ଜାମୁ ଚାରାରୋପଣ ପରେ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆୟୋଜିତ ଶିବିରରେ ମଞ୍ଚାସୀନ ଅଧିକାରୀ ବୃନ୍ଦ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଞ୍ଚୟର ଆବଶ୍ୟକତା, ବିଭିନ୍ନ ସୁରକ୍ଷିତ ସଞ୍ଚୟ ବୀମା ଯୋଜନା, ଆର୍ଥିକ ଠକାମୀ, ଆର୍ଥିକ ସାଇବର ଠକାମି, ଡିଜିଟାଲ ନେଣଦେଣ ଓ ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉପରେ ଆଲୋକପାତ କରି ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଞ୍ଚୟ କରିବା ପାଇଁ ଶ୍ରୋତା ମଣ୍ଡଳୀଙ୍କୁ ପ୍ରବର୍ତ୍ତାଇ ଥିଲେ । ଶିବିରରେ ଉପସ୍ଥିତ ସଦ୍ୟସମାନେ ନିଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ମତ ଦେଇଥିଲେ ।

Leave A Reply

Your email address will not be published.