ହାତୀସରାରେ ଦୁର୍ଗାପୂଜା ଉପଲକ୍ଷେ ୩ୟ ଲୋକ କଳା ମହୋତ୍ସବ ଆସନ୍ତା ୧୧ ରୁ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ହାତୀସରା ଗାଁରେ ୧ ତମ ମାଁ ଦୁର୍ଗାପୂଜା ଅବସରରେ ୩ୟ ଲୋକ କଳା ମହୋତ୍ସବ ହେବାକୁଯାଉଛି । ହାତୀସରା ଲୋକ କଳା ମହୋତ୍ସବ କମିଟି ତଥା ହରିଜନ ଆଦିବାସୀ ଯୁବକ ସଂଗଠନ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୧ ତାରିଖ ମହାବୀର ସାଂସ୍କୃତିକ ସଂଗଠନ, କେନ୍ଦ୍ରାପଡ଼ା ଓ ବଡଜାମବାନି ଛଉ ନୃତ୍ୟ ପ୍ରତିଷ୍ଠାନ, ମୟୂରଭଞ୍ଜ ପରିବେଷଣ କରିବେ । ୧୨ ତାରିଖ ଖୋର୍ଦ୍ଧାର ଆଇଡିଏଲ୍ କଳଚରାଲ ଗ୍ରୁପ, ବଲାଙ୍ଗିରର ଢୋଲ ମହୁରୀ କଳା ପରିଷଦ ଏବଂ ୧୩ ତାରିଖ ଦିନ ବଲାଙ୍ଗିର ମଳମୁଣ୍ଡାର ବଜାଶାଲ ଅନୁଷ୍ଠାନ ଓ କେନ୍ଦ୍ରାପଡ଼ାର ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ସମ୍ପଦ ସୁନା ଓ ପ୍ରମୋଦିନି ସୁନା ଏବଂ ପୂଜକ ଭାବେ ଜାଙ୍ଗେଡ, ଅତାବିରାର ବାବା ଅର୍ଜୁନ ଦାସ ପୂଜାକାର୍ଯ୍ୟ ତୁଲାଉଛନ୍ତି । ପରିଚାଳନା କମିଟିର ସଭାପତି ପରମେଶ୍ୱର ନନ୍ଦ, ଉପ ସଭାପତି ପ୍ରକାଶ ସୁନା, ସମ୍ପାଦକ ସୁଦାମ ନାଗ, ସହ ସମ୍ପାଦକ ଧରଣୀଧର ବାରିକ, କୋଷାଧ୍ୟକ୍ଷ ପିତାମ୍ବର ନାଗ, ପରାମର୍ଶଦାତା ପାହାନ୍ତ ସୁନା ପରିଚାଳନା ଦାୟିତ୍ଵ ନେଇଛନ୍ତି ।

Leave A Reply

Your email address will not be published.