ଜୟନ୍ତୀ ଅବସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲ୍ଫେୟାର ଟ୍ରଷ୍ଟ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ବାଳିଯୋଡ଼ି ଛକ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଆଇଡିଏଲ୍‌ର ସିଳ୍ପସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, ସମାଜସେବୀ ଡକ୍ଟର ଫକୀର ଚରଣ ହୋତା, ରାଜ୍ୟ କର୍ମଚାରୀ ବିମା ପ୍ରାକ୍ତନ ଅଧିକାରୀ ଡାକ୍ତର ଶ୍ରୀମତୀ ବିଷ୍ଣୁପ୍ରିୟା ଦେଇ, ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ଓ ବକ୍ତା ଭାବେ ଯୋଗଦେଇ ଗୋପବନ୍ଧୁଙ୍କ କର୍ମମୟ ଜୀବନ, ସ୍ୱାଧିନତା ସଂଗ୍ରାମ, ସମାଜ ସେବା ସର୍ବପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ସାମଲ, ଶିକ୍ଷାବିତ୍ ବିପିନ ବିହାରୀ ରାଉତରାୟ, ଭ୍ରମରବର ମହାକୁଡ, ସୁନୀତା ପରିଡା, ବିଦୁସ୍ମିତା ପରିଡା, ହରିହର ବେହେରା, ବିଶ୍ଵନାଥ ପଟ୍ଟନାୟକ, ବର୍ଷାରାଣୀ ସାହୁ, ବୃନ୍ଦାବତୀ ପଣ୍ଡା, ରିତାଞ୍ଜଳି ଲେଙ୍କା, କୈଳାଶ ଚନ୍ଦ୍ର ମଲ୍ଲିକ, ମୁରଲିଧର ଦାସ, ଅନ୍ତର୍ଯ୍ୟାମୀ ବେଉରିଆ, ଅସିତ କୁମାର ଦୁବେ, ଚାରୁଲତା ଦେବୀ, ପରମାନନ୍ଦ ବେହେରା, ଲୋପାମୁଦ୍ରା ନନ୍ଦ, ତପସ୍ମିନି ସାମଲ, ଗୟାଧର ବାରିକ, ପ୍ରଭାତ ସାମଲ ଓ ଶୁଭଦ୍ରା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରି କରିଥିଲେ । ଅନୁଷ୍ଠାନର ସହ ସଂପାଦିକା ସଚଳା ପଣ୍ଡା ଅଟିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ସମାଜ ସେବୀ, ଶିକ୍ଷାବିତ୍, ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.