ପିଶାଚ ସାଜିଲା ବାପା ୧୪ ମାସ ପୁଅକୁ ପାଣିରେ ବୁଡ଼ାଇ ହତ୍ୟା ଓ ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବାଗଲୋର କୁଟିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ନିଜ ୧୪ ମାସର ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ବେଳେ ଝିଅକୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କିଶୋର ମାଝୀ ନିଜକୁ ସ୍ତ୍ରୀ ଜୟନ୍ତୀ ମାଝୀଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହି ବିଷୟ ନେଇ ବାରମ୍ବାର ପରିବାରରେ ଆଶାନ୍ତି ଲାଗି ରହିଥିଲା । ସୂଚନା ଗତ ଯେ, ସ୍ତ୍ରୀ ଜୟନ୍ତୀ ନିଜ ୨ ଝିଅ କମଳା କାନ୍ତି (୧୦) ବର୍ଷ ଓ ଲକ୍ଷ୍ମୀକାନ୍ତି (୮) ବର୍ଷ ଏବଂ ପୁଅ ଚନ୍ଦନ (୧୪) ମାସକୁ ଘରେ ଛାଡ଼ି ନିଜ ମାଁ ଘରକୁ ପଳାଇଥିଲେ । ପିଶାଚ ବାପା କିଶୋର ମାଝୀ ୩ ସନ୍ତାନଙ୍କୁ ନେଇ ଜଙ୍ଗଳ ଯାଇଥିଲେ । ସେଠାରେ ବଡ ଝିଅ ବାପାର ବ୍ୟବହାରରେ ସନ୍ଦେହ କରି ସେଠାରୁ ପଲାଇ ଆସି ଥିଲେ । ଅଧା ବାଟ ଗଲା ପରେ ପୁଅକୁ ଏକ ଔଷଧ ଦେଇ ପାଣିରେ ବୁଡ଼ାଇ ହତ୍ୟା କରିଥିଲା ଓ ସାନ ଝିଅର ତଣ୍ଟି କାଟିବାକୁ ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୋଡ଼େନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ତେବେ ବାପା କିଶୋର ମାଝୀ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି।

Leave A Reply

Your email address will not be published.