ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଡ. ସୁମନ ଦତ୍ତ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଗୋପବନ୍ଧୁଙ୍କୁ ଉତ୍କଳ ଭୂମିର ସର୍ବଶ୍ରେଷ୍ଠ ସନ୍ଥ ବୋଲି ଅବହିତ କରିଥିଲେ । ଗୋପବନ୍ଧୁ ଥିଲେ ସମର୍ପିତ ପ୍ରତିଷ୍ଠାତା । ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ । ସେ ଥିଲେ ଦୂରଦୃଷ୍ଟି ସମ୍ପନ୍ନ । ତାଙ୍କ ବିଚାରଧାରା ଥିଲା ଆଧୁନିକ ଭାବ ଭାବନାର ରୂପାନ୍ତର ବୋଲି ମତ ରଖିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପାଇକରାୟ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ, ଗୌତମ ଦାସ, ହେମନ୍ତ ବିଶ୍ୱାଳ, ପ୍ରଫୁଲ୍ଲ ସାମଲ, ସସ୍ମିତା ପ୍ରଧାନ, ଅଭିପ୍ସା ପାତ୍ର, ସତ୍ୟନାରାୟଣ ବାଇପାଇ, ଶିଶିର କୁମାର ଦାସ, ସୁଜିତ ନାୟକ, ଦୁର୍ଗା ସାର୍, ଗିରିଧାରୀ ସାମଲ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ସଭାପତି ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.