ଅବସର ପ୍ରାପ୍ତ ଶିକ୍ଷକ ବିପଦ ଭଞ୍ଜନ ପାଢ଼ୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁର ପାଢ଼ୀ ଗୁରୁ ଭାବେ ବେଶ ଜଣାଶୁଣା ଥିବା ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷାବିତ ବିପଦ ଭଞ୍ଜନ ପାଢ଼ୀ (୮୧) ଙ୍କ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଟିକୁ, ଟୁଲୁ ଓ ତିନି ଝିଅ ସିପ୍ରା, ସଂଘମିତ୍ରା, ସୁନିତା ସହ ଜ୍ୱାଇଁମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାତି‌ରେ ବନ୍ଧୁ ବାନ୍ଧବମାନେ ଆସି ଶେଷ ଦର୍ଶନ କରିଛନ୍ତି । ସୋନଗଡ଼ ନଦୀରେ ଶେଷ କୃତ୍ୟ କରାଯାଇଥିଲା । ସେ ଜଣେ ଛାତ୍ର ବତ୍ସଳ, ଜ୍ଞାନୀଗୁଣି ଭାବେ ଜଣାଶୁଣା ଥିଲେ ।

Leave A Reply

Your email address will not be published.