ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଠାରେ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ଆଜି ଅପରାହ୍ନ ସମୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ପୋଖରୀରୁ କଳସ ବୁଡାଇ କଳସ ଶୋଭାଯାତ୍ରାରେ ବାହାରିଥିଲେ । ତା’ପରେ ଗାଁରେ ପରିକ୍ରମା କରି ଦୁର୍ଗା ମଣ୍ଡପରେ କଳସ ସ୍ଥାପନା କରଯାଇଥିଲା । ପ୍ରାୟ ୧୫୦ ଜଣ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିରେ ପୂଜକ ଭାବରେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ । ନାମ ସଂକୀର୍ତ୍ତନ, ଘଣ୍ଟ, ହୁଳହୁଳି, ଶଙ୍ଖରେ ପରିବେଶ ଗର୍ଜି ଉଠିଥିଲା । ଆସନ୍ତାକାଲି ଠାରୁ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଓ ସହସ୍ରାହୁତି, ଚଣ୍ଡିପାଠ, ଘୃତଯଜ୍ଞ ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା, ଭଜନ ସମାରୋହ, ରାମଲୀଳା ଉତ୍ସବ, କୃଷ୍ଣଗୁରୁ, ସାମାଜିକ ନାଟକ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୧୩ ତାରିଖରେ ଏହା ଶେଷ ହେବ । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ କଳସ ଶୋଭାଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!