ପୁରୁଣା ପେନସନ୍‌ ପୁନଃ ପ୍ରଚଳନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଦିନ ବରଗଡ ଏଡିଏମ୍‌ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ୍‌ଏମ୍‌ଓପିଏସ୍‌ ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ୍‌ ଉଚ୍ଛେଦକରି ପୁରୁଣା ପେନସନ୍‌ ଲାଗୁକରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, କେନ୍ଦ୍ରରେ ୧/୦୧/୨୦୦୪ରୁ ଓ ଓଡିଶାରେ ୧/୦୧/୨୦୦୫ ପରେ ରାଜ୍ୟରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ନିକଟରେ କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ ୨୦୨୫ରେ ୟୁନିଫଏଡ୍‌ ପେନସନ୍‌ ସ୍କିମ ଲାଗୁକରିବାକୁ ଯାଉଛନ୍ତି । କର୍ମଚାରୀଙ୍କୁ ଏନ୍‌ପିଏସ୍‌ ଓ ୟୁପିଏସ୍‌ ଭିତରୁ ଗୋଟିଏ ଚୟନ କରିବା ପାଇଁ ଏକ ଆପସନ ରଖୁଛନ୍ତି ଯାହାକି କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ କୁତ୍ସିତ ଯୋଜନା । ନିଜେ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ବିଚାର ପତି ମାନେ ମଧ୍ୟ ପୁରୁଣା ପେନସନ୍‌ ନେଉଥିବା ବେଳେ ସାଧାରଣ କର୍ମଚାରୀଙ୍କୁ ନୂଆଁ ଯୋଜନା ଆଳରେ ବାର୍ଦ୍ଧକ୍ୟ ସମୟର ସାମାଜିକ ସୁରକ୍ଷା ପ୍ରତି ଅଣଦେଖା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଏନ୍‌ପିଏସ୍‌ ଯୋଜନାରେ ଜଣେ କର୍ମଚାରୀ ଅବସର ପର୍ଯ୍ୟନ୍ତ ନିଜ ଦରମା ଅର୍ଥାତ ପେଟରୁ କାଟି ୧୦% ଜମା ଦେବା ସରକାର ୧୪% ଜମାଦେଇ ଅଂଶଧନକୁ ସେୟାର ବଜାର ଭଳି ଏକ ବ୍ୟବସ୍ଥାକୁ ଠେଲି ଦେବା ଯୁଆଖେଲ ସଦୃଶ । ୟୁପିଏସ୍‌ ହେଉ କି ଏନ୍‌ପିଏସ୍‌ କୌଣସି ଥିରେ ନୁହେଁ ଆମକୁ ସମ୍ପୂର୍ଣ୍ଣ ପୁରୁଣା ପେନସନ୍‌ ଦରକାର, ଯଦି ଅବସର ସମୟର ସାମାଜିକ ସୁରକ୍ଷା କଥା ସରକାର ଚିନ୍ତା କରୁଛନ୍ତି ଓପିଏସ୍‌ କାହିଁକି ଲାଗୁ କରୁନାହାନ୍ତି ବୋଲି କର୍ମଚାରୀ ଅସନ୍ତୁଷ୍ଟ । ଏହାକୁ ପ୍ରସମିତ କରିବାଳୁ ସରକାର ପ୍ରୟାସ କରନ୍ତୁ ନଚେତ ନଭେମ୍ବର ବିଧାନସଭା ସମୟରେ ଏକ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିବୃତି ରଖୁଛନ୍ତି ନେତୃତ୍ୱ । ଜିଲ୍ଲାପାଳଙ୍କ ଜରିଆରେ ଆଜି ବରଗଡ଼, ପଦ୍ମପୁର, ପାଇକମାଲ, ଝାରବନ୍ଧ, ଭଟଲି, ଭେଡେନ, ବିଜେପୁର ଆଦି ୧୨ଟି ବ୍ଲକରୁ ପୃଥ୍ୱୀରାଜ ବାରିକ, କୁବେର ମହାପାତ୍ର ସୋହେଲା, ଡୋଳାମଣୀ ମାହାର, ରାଜସ୍ୱ ବିଭାଗ ଓ ପ୍ଲାନିଂ ଓ ମାଇନିଙ୍ଗ ବିଭାଗରୁ ରାଜେଶକୁ ସାହୁ, ପ୍ରକାଶ ନାୟକ, ସୀତାରାମ କନ୍ଧେର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.