csstore

ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମନଭଙ୍ଗ ଡ୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ପରିସରରେ ନୃସିଂହନାଥ କୋଶଳ କଳାକାର ସଂଘ ସଂକୀର୍ତ୍ତନ କଳାକାର ମାନଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହୋଇଯାଇଛି । ପାନାଲାଲ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କୋଶଳ କଳାକାର ସଂଘ ସଭାପତି ଟାଇଲ ଚନ୍ଦ୍ର ଭୋଇ ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ବଡ଼ ଶତପଥୀ, ବୟୋଜ୍ୟେଷ୍ଠ କଳାକାର ଶାନ୍ତିଲତା ପ୍ରଧାନ ଯୋଗଦେଇ ଆଞ୍ଚଳିକ ସଂକୀର୍ତ୍ତନ ଦଳ ଗୁଡିକ ଏକଜୁଟ ହୋଇ ଆଗାମୀ କାର୍ଯ୍ୟ ଗୁଡିକ ମିଳିମିଶି ଆଲୋଚନା କରି ସୁଚାରୁରୂପେ କାମ କଲେ ସଂଘ ବହୁତ ଆଗେଇ ଯିବ ବୋଲି ଅତିଥି ମାନେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ପଦ୍ମନ ପ୍ରଧାନ ଅତିଥି ପରିଚୟ ଦେଇଥିବା ବେଳେ ନରୋତ୍ତମ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ୮୫ ଗୋଟି ଆଞ୍ଚଳିକ ସଂକୀର୍ତ୍ତନ ଦଳଯୋଗ ଦେଇଥିଲେ । ନରୋତ୍ତମ ଦାସ ସଭା ପରିଚାଳନା କରିଥିଲେ । ସଭା ଆରମ୍ଭରୁ ମା’ ଦୁର୍ଗା ଦେବୀଙ୍କୁ ପୂଜା କରାଯାଇ ନୂଆଁ ପ୍ରସାଦ ମା’ଙ୍କ ଠାରେ ଭୋଗ ଲଗାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ଆଗାମୀ ବିରାଟ ସଂକୀର୍ତ୍ତନ ମହାସଭା ପୁରେନା ଗ୍ରାମରେ କରାଯିବା ନେଇ ପ୍ରସ୍ତାବ ଗ୍ରହଣ କରାଗଲା । ସଂଗୀତା ଧରୁଆ, ସରସ୍ୱତୀ ଭୋଇ, ଚନ୍ଦ୍ରିକା ବିଶ୍ୱାଳ, ଚନ୍ଦ୍ରମଣି ସାହୁ, ଗୌରାଙ୍ଗ ଭାଇ, ଉସତ ଭାଇ, ବିସିକେଶନ ଭାଇ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶେଷରେ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.