ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ମୋହନା : ଧାନ ବିଲରେ ପଡ଼ିରହିଛି ଯୁବକଙ୍କ ମୃତଦେହ । ମୃତକ ଜାଡିଙ୍ଗି ଗାଁର ରବି ମାଝୀ ବୋଲି ଜଣାପଡିଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଗଜପତି ଜିଲ୍ଲା ଅଡବା ଥାନା ଜାଡିଙ୍ଗି ଗାଁ ନିକଟସ୍ଥ ଧାନ ବିଲରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବୁଧବାର ଜାଡିଙ୍ଗି ଗାଁ ନିକଟସ୍ଥ ଏକ ଧାନ ବିଲରେ ରବି ମାଝୀ ନାମକ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ଗାଁ ଲୋକେ ପାଇଥିଲେ । ଏହା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଯୁବକଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

Leave A Reply

Your email address will not be published.