ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋର : ଦୁଇ ଦିନ ଧରି ନିଖୋଜ ଥିଲେ ବୃଦ୍ଧ । ନାଳରୁ ଉଦ୍ଧାର ହେଲା ମୃତଦେହ । ମୃତକ ଖଇରା ବ୍ଲକ କଣ୍ଟାପଡା ଶାସନ ଗ୍ରାମର ବନା ବୈଶାଖ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ବନା ବୈଶାଖ ଦୁଇ ଦିନ ପୂର୍ବରୁ କେଉଁ ଆଡ଼େ ଚାଲିଯାଇଥିଲେ । ବନାଙ୍କ ପରିବାରଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ପାଇନଥିଲେ । ତେବେ ବୁଧବାର ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଥିବା ଏକ ନାଳରେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଅଗ୍ନିଶମ ବାହୀନି ଏବଂ ପୋଲିସକୁ ଖବର ଌଣାଇଥିଲେ । ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ଚରିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବନା ବୈଶାଖଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.