ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦୁର୍ବତ୍ତ : ଯୁବକ ଗୁରୁତର

ନୟାଗଡ : ଯୁବକଙ୍କୁ ନୃଶଂସ ଭାବରେ ଧାରୁଆ ଅସ୍ତ୍ରରେ ହାଣିଲା ଦୁର୍ବତ୍ତ । ନୟାଗଡ ଜିଲ୍ଲା ଫତେଗଡ ଥାନା ଭଗବାନପୁର ଗାଁରେ ଚାଞ୍ଚଲ୍ୟ । ଗୁରୁତର ଯୁବକ ଅଖିଳ କୁମାର ସାହୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅଖିଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ଘଟଣାସ୍ଥଳରେ ଫତେଗଡ ପୋଲିସ ଛାନ୍‌ଭିନ୍‌ ଚଳାଇଛି ।

Leave A Reply

Your email address will not be published.