ଓଲଟିଲା ଯାତ୍ରୀବାହୀ ବସ୍ ; ଏକାଧିକ ଯାତ୍ରୀ ଆହତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଫାଇଭ୍ ଷ୍ଟାର ନାମକ ଏହି ବସ୍‌ଟି ଓଲଟି ପଡ଼ିଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଯୋଗ୍ୟ ଯେ, କୃଷ୍ଣପ୍ରସାଦ-ମୋରଡ଼ା-ମାଲୁଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ସୂଚନା । ବସ୍‌ଟି ପୁରୀଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବସ୍ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାକୁ ବସ୍‌ଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଉଦ୍ଧାର କାର୍ଯ୍ୟ ଜାରିରହିଛି ।

Leave A Reply

Your email address will not be published.