oom

ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ ଅନ୍ୟ ଜଣେ ଗୁରୁତର

jsmm

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବଜ୍ରାଘାତରେ ଚାଲିଗଲା ଜଣକ ଜୀବନ, ଅନ୍ୟ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ସାହୁପଡ଼ା କେନାଲ ପୋଲ ନିକଟରେ ସାହୁପଡ଼ା ଗ୍ରାମର ଅମର ସେଠୀ (୨୯) ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା ଏହି ସମୟରେ ଚାଷ ଜମିରେ କାର୍ଯ୍ୟ କରୁଥିବା ଅମର ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ । ଅନୁରୂପ ଭାବେ ସେହି ଗ୍ରାମର ତାରିଣୀ ମନ୍ଦିର ନିକଟ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ଚକ୍ରଧର ଦାସ(୫୮) ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ । ୨ ଜଣଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅମରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଆଗରପଡ଼ା ପୋଲିସ୍‌ ପହଂଚିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.