୭୮ତମ ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ରାଉରକେଲା, (କେପିଏନ୍‌ଏସ୍‌) : ୭୮ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଦିବସର ମୁଖ୍ୟ ଅତିଥି ତଥା ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ପୂର୍ବତନ ବିଧାୟକ ରବି ଦେହୁରୀ, ଡାକ୍ତଖାନାର ନିର୍ଦ୍ଦେଶକ ମନୋଜ କୁମାର ଉପାଧ୍ୟାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡା. ପଣ୍ଡିତ ସାହୁ, ଡା. ସୁଧାରାଣୀ ପ୍ରଧାନ, ଡା. ଆର୍‌.ଆର୍‌.ସାଧୁଆଲ, ଡା. ନିରଂଜନ ଭୋଜ, ଡା. ସୌମ୍ୟରଂଜନ ବେହେରା, ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ରୋଗୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସମସ୍ତ ଅତିଥି ସାମ୍ବାଦିକଙ୍କ ଏଭଳି କାର୍ଯ୍ୟର ପ୍ରଶଂସା କରିଥିଲେ । ଏଇ ଅବସରେ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ଏକ ବୃକ୍ଷଗୁଚ୍ଛ ପ୍ରଦାନ କରି ଜିଲ୍ଲାର ସୁସ୍ଥ ପରିବେଶ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର୍‌ ସୋନାଲିନ କର ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ବସନ୍ତ କୁମାର ଜେନା, ଯୁବ ନେତା ଅନିରୁଦ୍ଧ ସ୍ୱାଇଁ, ସମାଜସେବୀ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ବସନ୍ତ କୁମାର ଜେନା ସଂଜୀବ କୁମାର ଜେନା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.