oom

ଝରନିପାଲି ପଞ୍ଚାୟତରେ ୱାଟର ଫିଲଟର୍‌ ପ୍ରଦାନ

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ଆଗଲପୁର ବ୍ଲକ ଝରଣିପାଲି ଗ୍ରାମପଞ୍ଚାୟତ ତରଫରୁ ଏକ ସ୍ୱତନ୍ତ୍ର ତଥା ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଇଲେକ୍ଟ୍ରି ୱାଟର ଫିଲ୍ଟର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀ କିଭଳି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ଓ ଜଳ ସମନ୍ଧୀୟ ଯାବତୀୟ ହଇଜା, ଟାଇଫଏଡ, ଜଣ୍ଡିସ ଭଳି ରୋଗରୁ ମୁକ୍ତି ପାଇବେ, ସେ ନେଇ ଏକ ନିଆରା ପ୍ରୟାସ କରାଯାଇଛି । ସରପଞ୍ଚ ସୁନୀତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ. ଧିରେନ୍ କୁମାର ମେହେର ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସିଆର୍‌ସିସି ଅନିରୁଦ୍ଧ ଭୋଇ, ସ୍ୱାସ୍ଥ୍ୟକର୍ମୀ ଭଜମନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ୱାର୍ଡସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଝରନିପାଲି ପଞ୍ଚାୟତ ପାଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଣ୍ଠିରୁ ଏହି ସମସ୍ତ ଇଲେକ୍ଟ୍ରି ୱାଟର ପିଉରିଫାଏର୍ ବିଦ୍ୟାଳୟ ଗୁଡ଼ିକୁ ପ୍ରଦାନ କରାଯାଇଛି । ପୂର୍ବରୁ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଆମ୍ବଚାରା ଏବଂ ଗର୍ଭବତୀ ତଥା ପ୍ରସୂତି ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ କିଚେନ୍ ଗାର୍ଡେନ କିଟ୍, ବିଧବା ମହିଳାଙ୍କୁ ସିଲେଇ ମେସିନ୍, ମଧ୍ୟାହ୍ନ ଭୋଜନ ଚାଲୁଥିବା ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ଗ୍ୟାସ୍ ଟାଙ୍କି ଓ ଚୁଲ୍ହା ସମେତ କିଚେନ୍ ଗାର୍ଡେନ କିଟ ପ୍ରଦାନ କରାଯାଇଥିଲା । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରୋକ୍ତ ସହଯୋଗ ମନୋବୃତ୍ତିକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.