ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ କଟକଣା ମଧ୍ୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୨୪ ଗୋଟି ହାଇସ୍କୁଲ ଓ ୩ କଲେଜକୁ ଖୋଲିବା ପାଇଁ ଆଜି ଠାରୁ ରାଜ୍ୟ ସରକାରଙ୍କ ଅନୁମତି ହୋଇଛି । ତେଣୁ ସ୍କୁଲ ପରିସର ଗୁଡିକୁ ସଫାସୁତୁରା କରାଯାଇଛି । ଶ୍ରେଣୀ କକ୍ଷ ବାହାର ଓ ଭିତରକୁ ସଫା କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ବସିବା ଲାଗି ଉଦ୍ଦିଷ୍ଟ ବେଂଚ ଓ ଚୌକିକୁ ବିଶୋଧନ କରାଯାଇଛି । ସ୍କୁଲ ପରିସରରେ ଗୋଲକ ଅଙ୍କନ କରାଯାଇଛି । ଏହି ଗୋଲକ ମଧ୍ୟରେ ଛାତ୍ରଛାତ୍ରୀ ଛିଡା ହୋଇ ସାମାଜିକ ଦୂରତା ରକ୍ଷା ପୂର୍ବକ ସ୍କୁଲରେ ପ୍ରବେଶ କରିଛନ୍ତି । ପରେ ମୁଖ୍ୟ ଦ୍ୱାରରେ ସାନିଟାଇଜ୍ ପରେ ଶ୍ରେଣୀ କକ୍ଷକୁ ଛାତ୍ରଛାତ୍ରୀ ମାନଙ୍କୁ ଛଡା ଯାଇଥିଲା । ଶ୍ରେଣୀ କକ୍ଷ ଓ ସ୍କୁଲ ପରିସରରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସାବୁନ୍ ଓ ସାନିଟାଇଜର ବ୍ୟବହାର, କାଶିବା ଓ ଛିଙ୍କିବା ବେଳେ ରୁମାଲ୍ ବ୍ୟବହାର, ଛେପ ପକାଇବାକୁ ବାରଣ, ଏକତ୍ର ଜମା ହେବା ତଥା ଖେଳାଖେଳିକୁ ବାରଣ, ଖେଳ ଉପକରଣ ସ୍କୁଲକୁ ଆଣିବାକୁ ମନା କରାଯାଇଛି । ଏପରିକି ଅଭିଭାବକ ମାନେ ତାଙ୍କ ଶିଶୁ ମାନଙ୍କୁ ସ୍କୁଲ ପଠାଇବା ଲାଗି ସମ୍ମତିପତ୍ର ପଠାଇବାର ନିୟମ ରହିଥିବା ଜଣାପଡିଛି ।