ଦ ମିରର ସୋସିଆଲ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଶାଦୀପ ଅନୁଷ୍ଠାନରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ସହ ସେବା ଓ ଖାଦ୍ୟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରାଉରକେଲାର ଛେଣ୍ଡ ସ୍ଥିତ ଆଶାଦୀପ ଅନୁଷ୍ଠାନ ଠାରେ ଡେଙ୍ଗୁ, ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସହ ସେଠାରେ ଥିବା ଅନ୍ତେବାସୀଙ୍କୁ ସେବା ଏବଂ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଗଲା । ଅନୁଷ୍ଠାନର କିଛି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । କଲ୍ୟାଣୀ ଦାସ, ଅରୁନ୍ଧତୀ ସ୍ୱାଇଁ, ସନ୍ଧ୍ୟା ଦେବୀ, ମମତା ବାରିକ, ଲିତାଞ୍ଜଳୀ ପତି, ମାନସ ରଞ୍ଜନ, ବିଶ୍ୱନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.