ଲଗାଣ ବର୍ଷାରେ ଭାଙ୍ଗିଲା ଘରର କାନ୍ଥ ଓ ଛପର : ପ୍ରଶାସନର ସହାୟତା ପାଇଁ ଗୁହାରି କଲେ ପିତାମ୍ବରଙ୍କ ପରିବାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ଆଦିବାସୀ ପଡ଼ା ୱାର୍ଡ଼ ନମ୍ୱର ୪ରେ ରହୁଥିବା ସ୍ଥାନୀୟ ବାସୀନ୍ଦା ପିତାମ୍ବର ମାଝୀଙ୍କ ଘରର କାନ୍ଥ ଓ ଛପର କିଛି ଦିନର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଯଦ୍ୱାରା ଏହି ପରିବାର ପାଖ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଭାଙ୍ଗି ଯାଇଥିବା ଘରେ ପିତାମ୍ବର, ତାଙ୍କ ସ୍ତ୍ରୀ ଯଶୋବନ୍ତି ମାଝୀ ଓ ଗୋଟାଏ ପୁଅ ରହୁଥିଲେ । ମଙ୍ଗଳବାର ରାତିରେ କାନ୍ଥ ପଡ଼ି ଯାଇଥିବା ଯୋଗୁଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ପରିବାର ଲୋକେ କହିଛନ୍ତି । ସେମାନେ ଆର୍ଥିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ହୋଇଥିବା ବେଳେ କୁଲିମଜୁରୀ କାମ କରି ନିଜର ପେଟ ପୋଷି ଥାଆନ୍ତି । ଏଣୁ ସେମାନେ ସରକାରଙ୍କ ଠାରୁ କିଛି ସହାୟତା ମିଳିଲେ ନିଜର ଭଙ୍ଗା କାନ୍ଥ ତିଆରି କରି ପାରନ୍ତେ ବୋଲି ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.