ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ମ.ରାମପୁର, (ହେମନ୍ତ ସାହୁ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଦିବାକର ସାହୁ- ତୁଜୁଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉଦ୍‌ଘାଟନ କରିଥିଲେ । ସଭାପତି ଅଶ୍ୱିନୀ କୁମାର ପଣ୍ଡା, ବିଜ୍ଞାନ ଶିକ୍ଷକ କିରଣ କୁମାର ଦାସ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ରଜନୀକାନ୍ତ ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋପ ଉତ୍ସବରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର କୁମାର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ମେଳାରେ ଗଣିତ ଓ ବିଜ୍ଞାନର ମୋଟ୍‌ ୧୬୩ଟି ପ୍ରକଳ୍ପ ଶିଶୁମାନେ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.