oom

ମିନି ଷ୍ଟାଡିୟମ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ : ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଖାସବାହାଲ ଗାଁରେ ମିନି ଷ୍ଟାଡିୟମ ନିର୍ମାଣ କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଠାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ବ୍ଲକ ପ୍ରଶାସନ କୌଣସି ପଦେକ୍ଷପ ଗ୍ରହଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଦେବୁ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଏହି ଖାସବାହାଲ ଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ବଲାଙ୍ଗିର ସାଂସଦ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । କିନ୍ତୁ ଏକ ସମତଲ ଗୋଚର ଜମି ଠାରେ ନିର୍ମାଣ କରାଯାଇଥିବା କହି ଷ୍ଟାଡିୟମ ନାଁରେ ଠିକାଦାର ଜଣକ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ଏପରିକି ଏକ ଜେସିପି ଗାଡିକୁ ରଖି ଫୋଟୋ ଉତ୍ତୋଳନ ବିଲ୍‌ କରି ନେଇଥିବା ଗ୍ରାମବାସୀ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଉକ୍ତ ନିର୍ମାଣ ନାଁରେ ପ୍ରାୟ ୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ବିଲ୍‌ କରି ନେଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ବିଭାଗୀୟ ଯନ୍ତ୍ରୀ ସହ ଠିକାଦାର ମିଳିତଭଗତରେ ବିଲ୍‌ ଉଠାଣ ହୋଇଥିବା ଗୁରୁତର ଅଭିଯୋଗ କରିଛନ୍ତି । ଏଥିରେ ବ୍ଲକ ପ୍ରଶାସନର ଅପାରଗତା ତଥା ଖମାଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ ଅନିୟମିତତା ବୃଦ୍ଧି ପାଉଛି । ଏହି ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଦୁର୍ନୀତି ପାଇଁ ଲୋକେ ଅଭିଯୋଗ ପାଇଁ ଆସୁଥିବା ବେଳେ ପ୍ରଶାସନର ବେପୁରିଆ ଅବହେଳା ଯୋଗୁଁ କୌଣସି ତଦନ୍ତ ମଧ୍ୟ ହେଉନାହିଁ । ଯାହା ଫଳରେ ଅନିୟମିତତା କାର୍ଯ୍ୟକଳାପ ଗୁଡିକ ଦିନକୁ ଦିନ ବୃଦ୍ଧି ପାଉଛି । ଏଣୁ ବିଭିନ୍ନ ଅଭିଯୋଗଗୁଡିକ ହେଉଥିବା ବେଳେ ବ୍ଲକ ପ୍ରଶାସନ ନୀରବ ରହୁଛନ୍ତି । ଯଦି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ଲକରେ ଆହୁରି ଦୁର୍ନୀତି ବଢିବା ଆଶଙ୍କା ଦେଖାଦେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଦାବୀପତ୍ର ସମୟରେ ଚିତ୍ତରଞ୍ଜନ ନାଏକ, ପ୍ରମୋଦ ସେଠ, ବଳରାମ ସେଠ୍‌, ଅନାଦି ସାହୁ, ଶ୍ରୀପତି ନାଏକ, ନିମାଇ ନାଏକ, ଭରତ ପୋଢ଼, ବିକ୍ରମ ନାଏକ, ପଦ୍ମକାନ୍ତ, ସୀତାକାନ୍ତ, ଦୁଃଖ ନାଗ, ନନ୍ଦ ପୋଢ଼, ଭୁବାନୀ ପୋଢ଼, ଚିତ୍ରସେନ ନାଏକଙ୍କ ସମେତ ଗ୍ରାମବାସୀ ବିଡ଼ିଓଙ୍କୁ ଭେଟି ଦାବୀ ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.