ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଇଏସ୍‌ଆଇ ମଡେଲ ହସ୍ପିଟାଲ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜେଲ୍‌ ରୋଡ୍‌ ନିଜଟରେ ଥିବା ଇଏସ୍‌ଆଇ ମଡେଲ ହସ୍ପିଟାଲକୁ ଆଜି ରଘୁନାଥପାଲ୍ଲୀ ବିଧାୟଜ ଦୁର୍ଗା ଚରଣ ତନ୍ତୀ ଅଚାନକ ପରିଦର୍ଶନରେ ଯାଇ ରୋଗୀମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସେବା ସମ୍ଵନ୍ଧରେ ପଚାରି ବୁଝିବା ସହ ଡାକ୍ତରଖାନାର ମୁଖ୍ୟଙ୍କୁ ସାକ୍ଷାତ କରି ଗୁରୁତର ହୋଇଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକ ରେଫର୍‌ ବ୍ୟବସ୍ଥାରେ ହେଉଥିବା ଅସୁବିଧା ଉପରେ ଆଲୋଚନା କରିଥିଲେ । ଭବିଷ୍ୟତରେ ରୋଗୀର ଜୀବନକୁ ଗୁରୁତ୍ୱ ଦେଇ ଆବଶ୍ୟକତା ଅନୁସାରେ ସେମାନଙ୍କ ଅଧିକ ଚିକିତ୍ସା ପାଇଁ ରେଫର୍‌ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ତନ୍ତୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ପାନପୋଷ ସାଂଘଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ଟିକେଶ୍ୱର ତାଣ୍ଡିଆ, ଅଜୟ କଂସାରୀ, ସନ୍ତୋଷ ବିରାଟ, କୈଳାଶ ରାଉତ୍ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.