ଲୁଟେରା‌ଙ୍କ ଗୁଳି ମାଡରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ : ଲୁଟେରା‌ଙ୍କ ଗୁଳି ମାଡରେ ଜଣଙ୍କ ମୃତ୍ୟୁ ଘଟିଛି ବୋଳି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭୁବନ କୁନିଦା ଗାଁର ଗୋବିନ୍ଦ ବେହେରା ନିଜ ଗାଁର ଅନ୍ୟ ଦୁଇଜଣ ବ୍ୟ‌କ୍ତିଙ୍କ ସହ ମଇଁଷି କିଣିବାକୁ ନଗଡା ନିକଟକୁ ଯାଇଥିଲେ । ତେବେ ନଗଡା ନିକଟରେ ଚାରିଜଣ ଲୁଟେରା ଗୁଳିମାଡ଼ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ବେଳେ ଘଟଣା‌ସ୍ଥଳରେ ଗୋବି‌ନ୍ଦ‌ଙ୍କ ପ୍ରାଣ ଯାଇଥିଲା ବୋଲି ଗୋବି‌ନ୍ଦ‌ଙ୍କ ସହ ଯାଇଥିବା ଅନ୍ୟ ଦୁଇ ଜଣ ବ୍ୟ‌କ୍ତି କହିଛ‌ନ୍ତି ।

Leave A Reply

Your email address will not be published.